ମାତ୍ରା କୋଣସି ଏକ ଚିହ୍ନକୁ ବୁଝାଏ | ସ୍ଵରବର୍ଣ୍ଣ ମଧ୍ୟରେ କେବଳ (ଅ) କୁ ଛାଡି ଦେଲେ ବାକି ସମସ୍ତ ସ୍ଵରବର୍ଣ୍ଣ ସବୁ ସମୟରେ ବ୍ୟଞ୍ଜନବର୍ଣ୍ଣ ସହ ମିଶି ବ୍ୟବହୃତ ହୁଅନ୍ତି | ତେଣୁ (ଆ) ଠାରୁ (ଔ) ପର୍ଯନ୍ତ ସମସ୍ତ ସ୍ଵରବର୍ଣ୍ଣ ଯେତେବେଳ ବ୍ୟଞ୍ଜନବର୍ଣ୍ଣ ସହ ମିଶି ବ୍ୟବହୃତ ହୁଅନ୍ତି ସେତେବେଳେ ସମ୍ପୃକ୍ତ ସ୍ଵରବର୍ଣ୍ଣ ସ୍ତିତି ସଂପୂର୍ଣ୍ଣ ବଦଳି ଯାଇଥାଏ | ତାହା ଏକ ମାତ୍ର ଆକାରରେ ବ୍ୟଞ୍ଜନବର୍ଣ୍ଣରେ ଯୁକ୍ତ ହୋଇଥାଏ | ମାତ୍ରା ବିନା ସବୁ ଶବ୍ଦ ଗଢିବା ସମ୍ଭବ ହୁଏନାହିଁ | ଏହା ପିଲାମାନଙ୍କର ଶବ୍ଦ କୋଷରେ ଶବ୍ଦର ସଂଖ୍ୟା ବଢାଇବା ସହିତ ସେମାନଙ୍କୁ ନିଜ ଭାବର ପରିପ୍ରକାଶ କରିବା ପାଇଁ ସାହାଯ୍ୟ କରିଥାଏ | ବ୍ୟଞ୍ଜନବର୍ଣ୍ଣରେ ସ୍ଵରବର୍ଣ୍ଣ ମାତ୍ରଯୁକ୍ତ ହୋଇଗଲେ ସେହି ବର୍ଣ୍ଣାଯୁକ୍ତ ଶବ୍ଦର ଗୁରୁତ୍ୱ ବଢିଯାଏ | ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ମାତ୍ରା ବିଷୟରେ ଅଧିକ ଜ୍ଞାନ ଦେବା ପାଇଁ ଆମେ ଗୋଟିଏ ମାତ୍ରା ଖେଳର ଆୟୋଜନ କରିଥିଲୁ | ଏହାଦ୍ୱାରା ପିଲାମାନେ ବିଭିନ୍ନ ମାତ୍ରା ଦ୍ୱାରା ଶବ୍ଦ ଗଢି ଶିଖିଲେ ଏବଂ ସେହି ଶବ୍ଦଦ୍ୱାରା ବାକ୍ୟ ମଧ୍ୟ ଗଢି ଜାଣିଲେ | ଏତଦ ଦ୍ୱାରା ତାଙ୍କର ମାତୃଭାଷା ପ୍ରତି ଜ୍ଞାନ ବଢି଼ବା ସଙ୍ଗେ ସଙ୍ଗେ ମାତୃ ଭାଷା ପ୍ରତି ଅଧିକ ସଚେତନତା ବଢିବ |
