“ଭାସିଯା ମୋର କାଗଜ ଡଙ୍ଗା ” ବିଷୟବସ୍ତୁଟି ତୃତୀୟ ଶ୍ରେଣୀ ସାହିତ୍ୟ ବହି ପଠନ କରିବା ପୂର୍ବରୁ ଅତି ଆଗ୍ରହର ସହ ଛାତ୍ରଛାତ୍ରୀମାନେ କାଗଜରେ ଡଙ୍ଗା ତିଆରି କରି ତାହାର କାର୍ଯ୍ୟକାରିତା ବିଷୟରେ ଜାଣିଲେ |
ଉକ୍ତ ପଦ୍ୟଟିରୁ ପିଲାମାନେ ଜାଣିଲେ ଯେ ଆଗ କାଳରେ ଯେତେବେଳେ କୌଣସି ଯାନବାହନର ବ୍ୟବହାର ନଥିଲା ଲୋକମାନେ ଦୂରଦେଶକୁ ବୋଇତ ବା ଡଙ୍ଗା ସାହାଯ୍ୟରେ ଯାଉଥିଲେ | ଓଡିଆମାନେ ପଡୋଶୀ ରାଜ୍ୟ ସହିତ ସମ୍ପର୍କ ରକ୍ଷା କରିବା ପାଇଁ ଜଳପଥକୁ ଉଚିତ ମନେକରି କାଠରେ ତିଆରି ଡଙ୍ଗାଦ୍ଵାରା ଦୂରଦେଶକୁ ଅକ୍ଲେଶରେ ଯିବା ଆସିବା କରିବା ସହ ବାଣିଜ୍ୟ ବ୍ୟବସାୟରେ ପ୍ରସିଦ୍ଧି ଲାଭ କଲେ | ଅତୀତରେ ଆମ ସାଧବମାନେ ବାଣିଜ୍ୟ କରିବା ପାଇଁ ଜାଭା , ସୁମାତ୍ରା ଓ ସିଂହଳ ଇତ୍ୟାଦି ଦେଶକୁ କାର୍ତିକମାସରେ ଜଳଯାତ୍ରା କରୁଥିଲେ | ସମୁଦ୍ରରେ ଯାତ୍ରା ଆରମ୍ଭ ପୂର୍ବରୁ ଆମ କୁଳବଧୁମାନେ ସେମାନଙ୍କ ଶୁଭମନାସି ବୋଇତକୁ ପୂଜାର୍ଚନା କରୁଥିଲେ | ବାଣିଜ୍ୟ କାରବାର ସମାପ୍ତ କରି ଆଷାଢ଼ ମାସରେ ନିଜ ରାଜ୍ୟକୁ ପେରିଅସୁଥିଲେ |
ଆଧୁନିକ ବ୍ୟିଜ୍ଞାନିକ ଯୁଗରେ ଡଙ୍ଗାର ବ୍ୟବହାର ଲୁପ୍ତପ୍ରାୟ | ଯନ୍ତ୍ରଚାଳିତ ଜାହାଜ ଏବଂ ବୋଟର ପ୍ରୟୋଗ ଦ୍ୱାରା ଖୁବ କମ ସମୟରେ, ଅତି ସହଜରେ କଠିନ କାର୍ଯ୍ୟ ମଧ୍ୟ ତୁଳାଯାଇ ପାରୁଛି | ଆମ ଓଡିଶାର ପାରାଦୀପ ଏବଂ ଧାମରା ବନ୍ଦରରେ ପ୍ରତିଦିନ ଜାହାଜ ଲାଗି ଜିନିଷପତ୍ର ରପ୍ତାନି ଓ ଆମଦାନୀ ସୁରୁଖୁରୁରେ ହୋଇପାରୁଛି |
ଉକ୍ତ ବିଷୟବସ୍ତୁଟି ପଠନଦ୍ୱାରା ଛାତ୍ରଛାତ୍ରୀଙ୍କ ମନରେ ନିଜ ରାଜ୍ୟର ସସ୍କୃତି ତଥା ସଭ୍ୟତା ଓ ଇତିହାସ ପ୍ରତି ଧାରଣା ବଢ଼ିଲା |
